ଦେଶ ରେ ୨୪ ଘଣ୍ଟା ମଧ୍ୟରେ ୩୦୨୫୪ ନୂଆ କରୋନା ପଜିଟିଭ ଚିହ୍ନଟ

126

କଟକ (ଉତ୍କଳ ନ୍ୟୁଜ) ଦେଶ ରେ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ରେ କିଛି ମାତ୍ର ରେ ବୃଦ୍ଧି ହୋଇଛି | ଗତକାଲି ଅପେକ୍ଷା ଆଜିର ସଂଖ୍ୟା କିଛି ମାତ୍ର ରେ ଅଧିକ ରହିଛି | ଆଜି ୨୪ ଘଣ୍ଟା ମଧ୍ୟରେ ୩୦୨୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହା କୁ ମିଶାଇ ଦେଶରେ ମୋଟ କରୋନା ରୋଗୀ ଙ୍କ ସଂଖ୍ୟା ୯୮ ଲକ୍ଷ ପର ହୋଇଯାଇଛି | ସେହିପରି ଭାବରେ କରୋନା ରୁ ସୁସ୍ଥ ହୋଇଥିବା ରୋଗୀ ଙ୍କ ସଂଖ୍ୟା ୯୩ ଲକ୍ଷ ପର ହୋଇଛି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୨୪ ଘଣ୍ଟା ରେ ୩୦୨୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୧ ଜଣ ଙ୍କ ମୃତ୍ୟୁ ହୋଇଛି | ଯାହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯୮,୫୭,୦୨୯ ପହଂଚିଛି | ସେହିପରି ଦେଶରେ ପ୍ରାଣ ହରାଇଥିବା ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧,୪୩,୦୧୯ ରେ ପହଂଚିଛି |