ଭାରତୀୟ ସେନା ର ଗୁଳିରେ ୫ ପାକ ସୈନ୍ୟ ନିହତ ଓ ୩ ଆହତ

158

କଟକ (ଉତ୍କଳ ନ୍ୟୁଜ) ଭାରତୀୟ ସେନା ଦ୍ୱାରା କରାଯାଇଥିବା ଜବାବି କାର୍ଯ୍ୟନୁଷ୍ଠାନରେ ୫ ଜଣ ପାକିସ୍ତାନ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି | ଆହୁରି ପାକିସ୍ତାନ ର ଅନେକ ଆତଙ୍କୀ ଲଞ୍ଚ ପ୍ୟାଡ଼ କୁ ମଧ୍ୟ ଧ୍ୱଂସ କରିଦେଇଛି ଭାରତୀୟ ସେନା ମାନେ | ଭାରତୀୟ ସେନା ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ , ଗୁରୁବାର ରାତିରେ ପାକିସ୍ତାନ ସୈନ୍ୟ ମାନେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମନକଟା ସେକ୍ଟରରେ ପ୍ରବଳ ଗୁଳିବର୍ଷଣ କରିଥିଲେ | ଭାରତ ର ବେସାମରିକ ଅଂଚଳରେ କିଛି କ୍ଷୟ କ୍ଷତି ହୋଇଥିଲା | ପ୍ରାୟ ୨ ଘଣ୍ଟା ଧରି ଉଭୟ ପକ୍ଷ ଭିତରେ ଗୁଳିଗୋଳା ବର୍ଷଣ ଚାଲିଥିଲା |