ଡି - ବ୍ରଦର୍ସ , ଜେଲ ରେ ଥାଇ ଚଳାଉଥିଲେ ଅପରାଧ ସାମ୍ରାଜ୍ୟ

277

ଫୁଣି ଧଳ ସାମନ୍ତ ବ୍ରଦର୍ସ ଙ୍କ କଟକ ସିଡିଏ ଘରେ ଚାଲିଛି କମିଶନରେଟ୍ ପୋଲିସ୍ ର ରେଡ୍ । ରେଡ୍ ସମୟର ଏବେ ୫୦୦ ରୁ ଅଧିକ ଗୁଳି ଓ ୭ ଟି ବନ୍ଧୁକ ଜବତ ହୋଇଛି । ଚୌଦ୍ୱାର ସ୍ପେସିଆଲ ସ୍କ୍ୱାର୍ଡ ହାତରେ ଧରାପଡିଥିବା ବନ୍ଧୁକ ବେପାରୀ, ଧଳ ସାମନ୍ତ ସହଯୋଗୀ ଲିଙ୍କ୍ ର ପୋଲିସ କୁ ସୁରାକ ମିଳିଥିଲା । ସୁରାକ ଅନୁଯାୟୀ କଟକ ଡିସିପି ଙ୍କ ନେତୃତ୍ୱ ରେ ଏକ ଟିମ ଡି ବ୍ରଦର୍ସ ଙ୍କ ଘରେ ଚଢ଼ାଉ କରିଥିଲେ | ଚଢ଼ାଉ ରେ ବହୁ ପରିମାଣ ର ଗୁଳି ଓ ବନ୍ଧୁକ ଜବତ ହୋଇଛି | ରହୁଥିବା ଇଁଟିରୀୟର ଭିତରେ ଏ ସବୁ ଗୁଳି ଓ ବନ୍ଧୁକ ଲୁକାୟତ ଅବସ୍ଥା ରେ ରଖାଯାଇଥିଲା। ତେବେ ଏ ସବୁ ବନ୍ଧୁକ ଗୁଳି କେବେ ଓ କାହା ଠାରୁ ଆସିଲା ସେ ସବୁକୁ ଛାନବିନ୍ କରିବ କଟକ ପୋଲିସ । ଏହି ଘଟଣା ରେ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ। ଏବେ ସି ଡି ଏ ଘରକୁ ପୋଲିସ ନିଜ କବଜା କୁ ନେଇ ଯାଇଛି । ଧଳ ସାମନ୍ତ ଘରେ ଚଢ଼ାଉ ସମୟରେ ପାଞ୍ଚ ଜଣ ଥାନା ଅଧିକାରୀ ଏବଂ ଡିସିପି, ଆଡ଼ ସିନାଲ ଡିସିପି ଉପସ୍ଥିତ ରହିଛନ୍ତି । ପୋଲିସ ପକ୍ଷରୁ ଏବେ ବି ଚଢ଼ାଉ ଜାରି ରହିଛି ।ଦରକାର ପଡ଼ିଲେ ଡି,ବ୍ରଦରର୍ସ କୁ ପୋଲିସ ରିମାଣ୍ଡ ରେ ଆଣି ପଚରା ଉଚରା କରି ପାରେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ | କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |