ଧୀରେ ଧୀରେ ଏଲଏସି ରେ ଶକ୍ତି ବୃଦ୍ଧି କରୁଛି ଚାଇନା

147

କଟକ (ଉତ୍କଳ ନ୍ୟୁଜ) ଭାରତୀୟ ସେନା ର ପରାକ୍ରମ ଦେଖି ଚାଇନା ଏବେ ସୀମାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି | ଯଦି ଏଲଏସି ରେ ଭାରତ ସହିତ ବିବାଦ ସୃଷ୍ଟି ହୁଏ ତେବେ ତାହାର ଜବାବ ଦେବାକୁ ଚାଇନା ସବୁ ପ୍ରକାର ର ଯୋଜନା କରିଛି | ଏଥିପାଇଁ ଏଲଏସି ରେ ଚାଇନା ୨୦ ଟି ନୂଆ ମିଲିଟାରୀ କ୍ୟାମ୍ପ ତିଆରି କରିଥିବା ଜଣାପଡିଛି | ଜଣେ ବରିଷ୍ଠ ସରକାରୀ କର୍ମଚାରୀ କହିଛନ୍ତି ଚାଇନା ଏଲଏସି ନିକଟରେ ୨୦ ରୁ ଅଧିକ ମିଲିଟାରୀ କ୍ୟାମ୍ପ ନିର୍ମାଣ କରିଛି | ଏହି ସାମରିକ ଶିବିର ସୃଷ୍ଟି କରିବା ପଛ ରେ ସେମାନଙ୍କ ର ଉଧେଶ୍ୟ ହେଉଛି ଭାରତ କୁ କଡା ଚ୍ୟାଲେଞ୍ଜ ଦେବା |