ଭାରତୀୟ ସୁରକ୍ଷାକର୍ମୀ ଙ୍କ ଏନକାଉଣ୍ଟର ରେ ୩ ଆତଙ୍କୀ ନିହତ

154

କଟକ (ଉତ୍କଳ ନ୍ୟୁଜ) ଜାମ୍ମୁ - କାଶ୍ମୀର ର ପୁଲବାମା ଜିଲ୍ଲା ଅନ୍ତର୍ଗତ ଟିକେନ ଅଂଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଥିଲା | ଏଥିରେ ୩ ଜଣ ଆତଙ୍କବଦୀ ମାନେ ପ୍ରାଣ ହରାଇଛନ୍ତି | ସେମାନେ ସମସ୍ତେ ଅଲବାଦ ଆତଙ୍କବାଦୀ ଗୋଷ୍ଠୀ ର ସଦସ୍ୟ ବୋଲି କାଶ୍ମୀର ପୁଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି | ସେ କହିଛନ୍ତି ସମ୍ପୃକ୍ତ ଅଂଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ସିଂଚନ ମିଳିବାପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା | ଏହି ସମୟରେ ଆତଙ୍କବାଦୀ ମାନେ ସୁରକ୍ଷାକରତମୀ ଙ୍କ ଉପରେ ଗୁଳିମାଡ଼ କରିଥିଲେ | ତେବେ ସେନା ର ପାଲଟା ଗୁଳିମାଡ ରେ ୩ ଜଣ ଏ ଆତଙ୍କବାଦୀ ମାନେ ପ୍ରାଣ ହରାଇଥିଲେ |