ଚୌଦ୍ଵାର ମଣ୍ଡାପଡା ଗ୍ରାମର ଯୁବକର ଆତ୍ମହତ୍ୟା

543

କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମଣ୍ଡାପଡ଼ା ଗ୍ରାମରେ ବେକରେ ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା । ଯୁବକ ଜଣକ ହେଲେ ଭବତୋଷ ସରକାର ,୩୬ ବର୍ଷ । ୯ ବର୍ଷ ହେବ ତାର ବାରଙ୍ଗର ମାଲା ସରକାର ସାଙ୍ଗେ ବାହାଘର ହୋଇଥିଲା ।ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ପାଇଁ ତାର ସ୍ତ୍ରୀ ୬ ମାସ ହେବ ବାପଘରେ ରହୁଥିଲା । ତେବେ ସ୍ୱାମୀ ସ୍ତ୍ରୀ ଙ୍କ ବିଚ୍ଛେଦ ପାଇଁ ଦୁଃଖରେ ଥିଲା ଭଵତୋଷ । ଆଜି ଭୋରୁ ମାନସିକ ଭାରସାମ୍ୟ ହରାଇ ଘର ଦୁଆର ମୁହଁରେ ଥିବା ଏକ ପିଜୁଳି ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କହିଛନ୍ତି ତାର ବାପା ମା ।ଘଟଣା ସ୍ଥଳରେ ଟିପିଏମ୍ ଫାଣ୍ଡି ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।