ଦେଶରେ ଦୈନିକ ସଂକ୍ରମଣ ହ୍ରାସ, ୨୪ ଘଣ୍ଟା ରେ ୩୭,୯୭୫

138

କଟକ (ଉତ୍କଳ ନ୍ୟୁଜ) ଭାରତ ରେ କରୋନା ଭାଇରସ ର ଦୈନିକ ସଂକ୍ରମଣ ବଡ଼ ସଂଖ୍ୟା ରେ ହ୍ରାସ ପାଇଛି | ଗତ ୨୪ ଘଣ୍ଟା ରେ ୩୭,୯୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୬ ଲକ୍ଷ ରୁ ଅଧିକ ଲୋକ କରିଣ ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ରେ ୩୭,୯୭୫ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ୪୮୦ ଜଣଙ୍କ ମୃତ୍ୟୁ ହୋଇଛି | ଏହି ସଂଖ୍ୟା କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୯୧,୭୭,୮୪୧ ଜଣ କରୋନା ରେ ଆକ୍ରାନ୍ତ ହୋଇସାରିଛନ୍ତି |