ଅସାମାଜିକ କାର୍ଯ୍ୟ କୁ ଆପଣାଉଛନ୍ତି ଚୌଦ୍ୱାର ର ନାବାଳକ ପିଲା ମାନେ |

151

ଚୌଦ୍ୱାର ର ଶିଳ୍ପ ଅନୁଷ୍ଠାନ ଗୁଡିକ ବନ୍ଦ ସାଙ୍ଗକୁ କରୋନା ମହାମାରୀ ର କୁପ୍ରଭାବ ଚୌଦ୍ୱାର ର ଯୁବକ ସମାଜ ଏ ପରିକି ନାବାଳକଙ୍କ ଉପରେ ପଡିଥିବାର ଦେଖିବାକୁ ମିଳୁଛି | ଚୌଦ୍ୱାର ଥାନା ଆଇଆଇସି ବିରଂଚି ନାରାୟଣ ପତି ଏକ ବିଶେଷ ସୂତ୍ର ରୁ ଚୌଦ୍ୱାର ପୌରପାଳିକା ର ୮ ନମ୍ବର ୱାର୍ଡ ର ଓଟିଏମ ଦୁର୍ଗା ବଜାର ରେ ଜୁଆ ଆଡ୍ଡା ର ଆସର ଜମୁଛି ବୋଲି ଜାଣିବାକୁ ପାଇଥିଲେ | ସୋମବାର ଭୋର ୪ଟା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣ ଯୁଆଡ଼ି ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୮୦୦ ଟଙ୍କା,ତାସ ଓ ବିଭିନ କମ୍ପାନୀ ର ୪ଟି ମୋବାଇଲ ଜବତ କରିଛି |ସେମାନେ ହେଲେ ଦୀପକ ସାହୁ (୨୮),ସନ୍ତୋଷ ମୁଣ୍ଡା(୨୦)ଓଟିଏମ ମୁଣ୍ଡା ସାହି ,କାଳନ୍ଦୀ ଦଳାଇ(୩୮) ଓଟିଏମ ଦୁର୍ଗା ବଜାର ,ସୁରେଶ ବିନ୍ଧାଣି (୨୨)ଓଟିଏମ ଦୁର୍ଗା ବଜାର ,ମଞ୍ଜିତ ସାହୁ(୨୦)ଓଟିଏମ ମୁଣ୍ଡା ସାହି ,ଶ୍ରୀଧର ନାୟକ (୩୪)ଓଟିଏମ ଦୁଗା ବଜାର , ଓ ମିଥୁନ ଦାସ (୧୬)ଓଟିଏମ ଦୁର୍ଗା ବଜାର |ତେବେ ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ଏକ କେଶ ନମ୍ବର ୫୬୩/୨୦ ରୁଜୁ କରି ସମସ୍ତ ଙ୍କୁ ଏପରି ଅସାମାଜିକ କାର୍ଯ୍ୟ ରୁ ଦୁରେଇ ରହିବାକୁ ଚେତାବନୀ ଦେଇ ଛାଡିଛନ୍ତି | ଚୌଦ୍ୱାର ରୁ ବିମଲ କୁମାର ବେଉରା ଙ୍କ ରିପୋର୍ଟ ଉତ୍କଳ ନିଉଜ |