ଏଲ ଓ ସି ନିକଟରେ ଠାବ ହେଲା ଏକ ୧୫୦ ମିଟର ର ସୁଡ଼ଙ୍ଗ

118

କଟକ (ଉତ୍କଳ ନ୍ୟୁଜ) ଜାମ୍ମୁ - କାଶ୍ମୀର ସାମ୍ବା ଜିଲ୍ଲା ସଂଲଗ୍ନ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ଦ୍ୱାରା ନିର୍ମାଣ କରାଯାଇଥିବା ଏକ ସୁଡ଼ଙ୍ଗ ଠାବ କରିଛି ସୀମା ସୁରକ୍ଷା ବଳ (ବିଏସଏଫ) ର ଯବାନ ମାନେ | ଜାମ୍ମୁ -କାଶ୍ମୀର ମୁଖ୍ୟ ଦିଲବାଗ ସିଂ କହିଛନ୍ତି ଯେ ଗତ ଗୁରୁବାର ଦିନ ନଗରୋଟା ରେ ଜେସ ର ଯେଉଁ ୪ ଆତଙ୍କବାଦୀ ଭାରତୀୟ ଯବାନ ଙ୍କ ଗୁଳିରେ ନିହିତ ହୋଇଥିଲେ ସେମାନେ ଏହି ସୁଡ଼ଙ୍ଗ ଦେଇ ଭାରତ ଭିତର କୁ ପ୍ରବେଶ କରିଥିଲେ | ଏହି ଟନେଲ ର ଲମ୍ବା ହେଉଛି ୧୫୦ ମିଟର | ଏହାର ଗୋଟିଏ ପାର୍ଶ୍ୱ ପାକଁ ଅଧିକୃତ କାଶ୍ମୀର ରେ ଥିବା ବେଳେ ଆର ପାର୍ଶ୍ୱ ଟି ଭାରତ ର ରେଗାଇ ଗ୍ରାମ ରେ ରହିଛି | ଏହି ସୁଡ଼ଙ୍ଗ ଠାବ ହେବା ପରେ ଭାରତୀୟ ଯବାନ ମାନେ ସଜାଗ ରହି ଆଉ ସୁଡ଼ଙ୍ଗ ଖୋଜିବାରେ ଲାଗିଛନ୍ତି |