ଭାରତ ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ପାର

120

କଟକ (ଉତ୍କଳ ନ୍ୟୁଜ) ଭାରତ ରେ କରୋନା ର ଦ୍ୱିତୀୟ ଲହରୀ ଧୀରେ ଧୀରେ ବଢୁଥିବା ଦେଖିବାକୁ ମିଳୁଛି | ଗତ ୨୪ ଘଣ୍ଟା ମଧ୍ୟରେ 45, 882 ଜଣ ଲୋକ କରୋନା ର ସଂକ୍ରମିତ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୯୦ ଲକ୍ଷ ପାର ହୋଇଛି | ଦେଶ ରେ ଏଯାଏଁ ୯୦,୦୪,୩୬୫ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮୪,୨୮,୪୦୯ ଜଣ ସୁସ୍ଥ ହୋଇ ସାରିଛନ୍ତି | ଗତ ୨୪ ଘଣ୍ଟା ଭିତରେ ୪୪, ୮୦୭ ଜଣ ଲୋକ ସୁସ୍ଥ ହୋଇଛନ୍ତି | ଅପରପକ୍ଷରେ ଏହି ଭାଇରସ ରେ 584 ଜଣଙ୍କ ଜୀବନ ନେଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛ |