୩୦ କିଲୋ ଗଞ୍ଜେଇ ସହ ମହିଳା ଗିରଫ

162

ଟାଙ୍ଗୀ ପୋଲିସ୍ କୁହୁଡି ବର ଗାଡିଆ ସାହିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିବା ସହ ଗଂଜେଇ ଚୋରା କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି | ଗିରଫ ମହିଳା ଜଣକ ହେଲେ ପ୍ରଭାତି ବେହେରା ୫୦ ବର୍ଷ | କୁହୁଡି ଵର ଗାଡିଆ ସାହିରେ ଉକ୍ତ ମହିଳା ଜଣକ ଦିର୍ଘ ଦିନ ହେଲା ଚୋରା ଗଂଜେଇ କାରବାର କରି ଆସୁଥିଲେ | ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ପୋଲିସ୍ ର ସ୍ପେସାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ | ହେଲେ ଚଢାଉ ବେଳେ ପରିବାର ର ସମସ୍ତ ସଦସ୍ୟ ଫେରାର ହୋଇ ଯାଇଥିବା ବେଳେ ମହିଳା ଜଣକ ଘରେ ଏକାକୀ ଘରେ ରହି ଯାଇଥିଲେ | ପୋଲିସ୍ ମହିଳାଙ୍କ ଘରୁ ୪ ବସ୍ତା ଗଂଜେଇ ଜବତ କରିଥିଲ | ଜବତ ଗଂଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୩ ଲକ୍ଷରୁ ଅଧୀକ ମୂଲ୍ୟ ହେବ ବୋଲି ଜଣ‍ା ପଡିଛି | ଗିରଫ ମହିଳା ଜଣକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କହିଛି | ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନ୍ୟୂଜ଼ |