ବନ୍ଧୁକ ମୁନରେ ପୁଣି ଲୁଟ।

253

ଶୁକ୍ରବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଏପରି ଘଟଣା ପୁଣି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନିକା ରେଳବାଇ ପୋଲ ନିକଟରେ । ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ଚୌଦ୍ଵାର ରେ ଥିବା ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଦୁଇ କର୍ମଚାରୀ ଜଗତପୁର , ପାଗା ଆଦି ଅଞ୍ଚଳରୁ ଶୁକ୍ରବାର ସନ୍ଧ୍ୟାରେ ଋଣ ଟଙ୍କା ଆଦାୟ କରି ଫେରୁଥିଲା ବେଳେ ବନିକା ରେଳବାଇ ପୋଲ ପାଖା ପାଖି , ହଠାତ ଦୁଇ ଯୁବକ ଏକ ପଲସର ଗାଡ଼ିରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଝାମ୍ପି ନେଇଗଲେ । ଏ ନେଇ ଦୁହେଁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଘରୋଇ ଋଣ ପ୍ରଦାନ କାରି ବ୍ୟାଙ୍କରୁ ପୂର୍ବରୁ ଦୁଇ ଦୁଇ ଥର ସମାନ ଢଙ୍ଗରେ ଟଙ୍କା ଲୁଟ ହୋଇଥିଲା । ଦୁଇ ଦିନ ତଳେ କଟକରୁ ନାହାନ୍ତି ଦିନ ଦିପ୍ରହରରେ କୋଟି କୋଟି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ ।ଏପରି ସମୟରେ କଣ ପାଇଁ ସତର୍କତା ଅବଲମ୍ବନ କରାଯାଇନଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ତେବେ ପୋଲିସ ଏହାର ବିଧି ବଧ ତଦନ୍ତ ପରେ ସତ୍ୟର ପର୍ଦାଫାସ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଚୌଦ୍ଵାର ରୁ ବିମଲ କୁମାର ବେଉରାଙ୍କ ରିପୋର୍ଟ ଉତ୍କଳ ନିଉଜ୍ ।