ଅଗ୍ନିକାଣ୍ଡରେ ଯୁବତୀ ଜୀବନ୍ତ ଦଗ୍ଧ

166

05.04.2020(ଭଦ୍ରକ ) ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବାରସର ପଞ୍ଚାୟତରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ବାରସର ପଂଚାୟତର ମୁଟୁରିଗଡ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।ସୂଚନା ଅନୁଯାୟୀ ଜୀବନ୍ତ ଦଗ୍ଧ ଯୁବତୀ ହେଉଛନ୍ତି କବିତା ରାଉତ। ଯୁବତୀଙ୍କ ବାପା କାମ ପାଇଁ ଯାଇଥିବା ବେଳେ ଯୁବତୀଙ୍କ ମାଆ ଘର ବାହାରେ ଥିଲେ। ହଠାତ୍ ଘରେ ନିଆଁ ଲାଗିଥିଲା। ନିଆଁରେ ପ୍ରକୋପରେ ଯୁବତୀ ଜଣଙ୍କ ଘରୁ ବାହାରି ପାରିନଥିଲେ। ଗାଁ ଲୋକେ ଚିତ୍କାର ଶୁଣି ଯୁବତୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରି ସଫଳ ହୋଇପାରିନଥିଲେ। ପରେ ଗାଁ ଲୋକେ ଘରର ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ଯୁବତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ଥିଲା। ତେବେ ଅଗ୍ନିକାଣ୍ଡ କେମିତି ହେଲା ସେ ବିଷୟ ରେ କୌଣସି ସ୍ପଷ୍ଠ ସୂଚନା ମିଳିନି ।