ଖୁବ ଶୀଘ୍ର ଆସିବ ଫାଇଜର ଟୀକା , ୯୫% ପ୍ରଭାବୀ ଏହି ଟୀକା

141

କଟକ (ଉତ୍କଳ ନ୍ୟୁଜ) ଆମେରିକୀୟ ଭିତ୍ତିକ କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ ଟୀକା କୁ ନେଇ ଏକ ନୂଆ ଘୋଷଣା କରାଯାଇଛି | ଏହି ଟୀକା ର ଶେଷ ପର୍ଯ୍ୟାୟ ମାନବ ପରୀକ୍ଷା ରେ ଟିକାଟି ୯୫% ପ୍ରଭାବୀ ହୋଇଥିବା କୁହାଯାଇଛି | ଖୁବ ଶୀଘ୍ର ଏଥିପାଇଁ ନିୟାମକ ଅନୁମୋଦନ ନିଜୀବି ବୋଲି କମ୍ପାନୀ ଘୋଷଣା କରିଛି | ସୂଚନା ଅନୁଯାୟୀ ଫାଇଜର ଏମଆରଏନଏ ଆଧାରିତ ଟୀକା ର କ୍ଲିନିକାଲ ଟ୍ରାଏଲର ଚୂଡାନ୍ତ ପର୍ଯ୍ୟାୟକୁ ବିସ୍ଲେସଣ କରାଯାଇଥିଲା | ଏଥିରୁ ଟିକାଟି ପ୍ରକୃତ ରେ ୯୫% ସଫଳ ହୋଇଥିବା ଜାଣିବାକୁ ମିଳିଛି | ଏହି ଔଷଧ ର କୌଣସି ବଡ଼ ପାର୍ଶ୍ଵପ୍ରତିକ୍ରିୟା ନ ଥିବାରୁ ଏହାକୁ ବିଶ୍ୱ ସ୍ତରରେ ବ୍ୟବହାର କରାଯାଇ ପାରିବ ବୋଲି ଫାଇଜର କମ୍ପାନୀ ଦାବି କରିଛି |