ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନ ଉପରେ ବର୍ଷିଲେ ମୋଦି

149

କଟକ (ଉତ୍କଳ ନ୍ୟୁଜ) ଆତଙ୍କବାଦୀ ହେଉଛି ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା | ଏହାକୁ ପ୍ରଶୟ ଦେଉଥିବା ରାଷ୍ଟ୍ରଗୁଡିକ ଏଥିପାଇଁ ଦାୟୀ | ଏଭଳି ଦେଶ ଗୁଡିକ ଚିହ୍ନଟ କରି ସେମାନଙ୍କୁ ବିଶ୍ୱ ସାମ୍ନା କୁ ଅଣାଯିବ ଦରକାର | ଏହି ଦେଶ ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିଯିବା ଉଚିତ ବୋଲି ବ୍ରିକ୍ସ ସମ୍ମିଳନୀରେ ଉଦ୍ବୋଧନ ଦେଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି | ରୁଷ ପକ୍ଷରୁ ଆୟୋଜିତ ଏହି ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀରେ ଭରଚୁଆଲ ମାଧ୍ୟମରେ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ ମୋଦି ଏହି ପ୍ରସଙ୍ଗ ଉଠାଇ ଆତଙ୍କବାଦୀ ବିରୋଧରେ ଠୋସ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇଛନ୍ତି | ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦି ସିଧା ସଳଖ ପାକିସ୍ତାନ କୁ ଟାର୍ଗେଟ କରିଛନ୍ତି |