ଦିଲ୍ଲୀ ରୁ ଦୁଇ ଜେସ -ଏ - ମହମ୍ମଦ ଆତଙ୍କୀ ଗିରଫ

150

କଟକ (ଉତ୍କଳ ନ୍ୟୁଜ) ଭାରତ ର ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣ ର ଆତଙ୍କୀ ଆକ୍ରମଣ ଯୋଜନା କୁ ଛାରଖାର କରିଦେଇଛି ଦିଲ୍ଲୀ ପୋଲିସ | ଦିଲ୍ଲୀ ପୋଲିସ ସ୍ପେସିଆଲ ସେଲ ଷୋମବାର ରାତି ରେ ଦୁଇ ଜେସ -ଏ - ମହମ୍ମଦ ଆତଙ୍କବାଦୀ ଙ୍କୁ ମିଲେନିୟମ ପାର୍କ ନିକଟସ୍ଥ ସରାଇ କାଲେ ଖାନ ଅଂଚଳରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି | ସେମାନଙ୍କ ନିକଟରୁ ୨ ସେମି ସ୍ୱୟଂ ଚାଳିତ ପିସ୍ତଲ ଏବଂ ୧୦ ଟି ଲାଇଭ କ୍ୟାଟ୍ରିଜ ଜବତ କରାଯାଇଛି | ଉଭୟ ଆତଙ୍କୀ ଜାମ୍ମୁ-କାଶ୍ମୀର ବାସିନ୍ଦା | ସେମାନଙ୍କ ନାମ ଅବଦୁଲ ଲତିଫ ମିର(୨୨) ଏବଂ ମହମ୍ମଦ ଅସରଫ ଖଟାନା(୨୦) ବୋଲି ସୂତ୍ର ରୁ ଜଣାପଡିଛି | ଉଭୟ ଦିଲ୍ଲୀ ରେ ଆକ୍ରମଣ କରିବା ପରେ ନେପାଳ ଦେଇ ପାକିସ୍ତାନ ଯିବାକୁ ଯୋଜନା କରିଥିଲେ |