ଭୁବନେଶ୍ୱର ପୋଲିସ ପଞ୍ଝା ରେ ଜଙ୍ଗଲ ମାଫିଆ

165

କଟକ (ଉତ୍କଳ ନ୍ୟୁଜ) ଭୁବନେଶ୍ୱର ପୋଲିସ STF ଟିମ ଜଣେ ଜଙ୍ଗଲ ମାଫିଆ କୁ ଗିରଫ କରିଛି | ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ STF ଟିମ ଖବର ପାଇଥିବା ସ୍ଥାନରେ ପହଂଚି ଅଭିଯୁକ୍ତ କୁ କାବୁ କରିଥିଲେ | ତାଙ୍କ ପାଖରୁ ଗୋଟିଏ ଚିତା ବାଘ ଛାଲ ଓ ଅନ୍ୟକିଛି ଅପରାଧିକ ସାମଗ୍ରୀ କୁ ଜବତ କରିଥିଲେ ପୋଲିସ ଟିମ | ଏହି ଅଭିଯୁକ୍ତ ନାମ ହେଲା ପ୍ରଶାନ୍ତ କୁମାର ନାୟକ ତାଙ୍କ ଘର ମୟୁରଭଞ୍ଜ ବୋଲି ସୂତ୍ର ରୁ ଜଣାପଡିଛି | ତାଙ୍କୁ ଗିରଫ କରି କୋର୍ଟ କୁ ଫରୱାର୍ଡ଼ କରାଯାଇଛି | ତାଙ୍କ ବିରୁଦ୍ଧରେ ୩୭୯/୪୧୧ IPC r / w ବନ୍ୟ ପ୍ରାଣୀ ସୁରକ୍ଷା ଆକ୍ଟ, ୧୯୭୨ ଲାଗୁ କରାଯାଇଛି | ପୋଲିସ ଜବତ କରିଥିବା ବାଘ ଛାଲ କୁ ବନ୍ୟ ପ୍ରାଣୀ ଇନ୍ଷ୍ଟିଚ୍ୟୁସୋନ ଧେରାଡୁନ କୁ ପରୀକ୍ଷା କରିବା ପାଇଁ ପଠାଯାଇଛି |