ଦୀପାବଳି ଅବସରରେ ୮ ପାକ ସୈନ୍ୟ ଙ୍କୁ ନିହତ କଲା ଭାରତୀୟ ସେନା

154

କଟକ (ଉତ୍କଳ ନ୍ୟୁଜ) ପାକିସ୍ତାନ ପଟୁହୋଇଥିବା ଆକ୍ରମଣ ରେ ଭାରତୀୟ ସେନା ଦୃଢ ଜବାବ ଦେଇଛି | ଦୀପାବଳି ଭଳି ଅବସରରେ ସାରା ଭାରତ ଉତ୍ସବ ମନାଉଥିବା ବେଳେ | ପାକିସ୍ତାନ ସେହି ସମୟରେ ଜାମ୍ମୁ- କାଶ୍ମୀର ଅଂଚଳରେ ସଂଲଗ୍ନ ନିୟନ୍ତ୍ରଣ ରେଖା ଉଲ୍ଲଘଂନ କରିଥିଲା | ପାକିସ୍ତାନ ଏଲଓସିରେ ପ୍ରବଳ ମାତ୍ର ରେ ଗୁଳି ବର୍ଷଣ0 କରିଥିଲା | ଏହି ଆକ୍ରମଣ ରେ ଭାରତୀୟ ସେନା ର ୫ ଯବାନ ଙ୍କ ସମେତ ମୋଟ ୧୧ ଜଣ ପରାଣ ହରାଇଛନ୍ତି | ମୃତକଙ୍କ ଭିରେ ଜଣେ ବିଏସଫ ର ଆଣେ ସବ ଇନ୍ସ୍ପେକଟର ଏବଂ ୬ ଜଣ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ | ତାପରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲେ | ଏଥିରେ ପାକିସ୍ତାନ ର ୮ ଜଣ ସୈନ୍ୟ ପରାଣ ହରାଇଥିବା ବେଳେ ଆହୁରି ୧୨ ଜଣ ଆହତ ହୋଇଛନ୍ତି | ଭାରତୀୟ ସେନା ର ଆକ୍ରମଣ ରେ ପାକିସ୍ତାନ ର ଅନେକ ବଙ୍କର ଓ ଅସ୍ତ୍ରଗାର ସହ ଆତଙ୍କୀ ଲଂଚ ପ୍ୟାଡ଼ ଧ୍ବଂସ ହୋଇଯାଇଛି |