ମୋଜାମ୍ବିକ ରେ ୫୦ ଜଣଙ୍କ ମୁଣ୍ଡ କାଟିଲେ ଇସଲାମିକ ଆତଙ୍କବାଦୀ

122

କଟକ (ଉତ୍କଳ ନ୍ୟୁଜ) ବିଶ୍ୱ ରେ ଇସଲାମିକ ଆତଙ୍କବାଦୀ ର ବର୍ବରତା ବହୁତ ପରିମାଣରେ ବଢ଼ିବାରେ ଲାଗିଛି | ଆତଙ୍କବାଦୀ ମାନେ ନିଜର ଦବଦବା ବଢାଇବାରେ ଲାହିଛନ୍ତି | ମୋଜାମ୍ବିକ ଦେଶ ର ଉତ୍ତରାଞ୍ଚଳ ର କ୍ୟାବୋ ଡେଲ ଗାଡୋ ପ୍ରଦେଶ ରେ ଘଟିଛି ଏକ ବଡ଼ ନରସଂହାର | ଆତଙ୍କବାଦୀ ମାନେ ୫୦ ରୁ ଅଧିକ ଲୋକଙ୍କୁ ଅପହରଣ କରି ଅତି ନିର୍ମମ ଭାବରେ ସେମାନଙ୍କୁ ହତ୍ୟା କରିଛନ୍ତି | ଏହି ଘଟଣା ଟି ସେଠାରେ ଥିବା ଏକ ଫୁଟବଲ ମଇଦାନ ରେ ଘଟିଛି | ଆକ୍ରମଣକାରୀ ମାନେ ପ୍ରଥମ ନାଞ୍ଜାବା ଗାଁ ରେ ଆକ୍ରମଣ କରି ସେଠାରୁ କିଛି ମହିଳା ଙ୍କୁ ଅପହରଣ କରିନେଥିଲେ | ତାପରେ ପାଖାପାଖି ଗାଁ ରୁ କିଛି ଲୋକଙ୍କୁ ଅପହରଣ କରି ଏହି ଘଟଣା ଘଟାଇଛନ୍ତି |