ବିଶ୍ୱ ରେ ଗୋଟିଏ ଦିନ ରେ ୬ ଲକ୍ଷ ନୂଆ କରୋନା ଆକ୍ରାନ୍ତ

141

କଟକ (ଉତ୍କଳ ନ୍ୟୁଜ) ବିଶ୍ୱ ରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପହି ୬ ଲକ୍ଷ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ଏହି ସମୟରେ ୭,୪୪୫ ଜଣ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି | ଏହାକୁ ମିଶାଇ ବିଶ୍ୱ ରେ ଏପର୍ଯ୍ୟନ୍ତ ୫ କୋଟି ୪ଲକ୍ଷ ୨୨ ହଜାର ରୁ ଅଧିକ ଲୋକଙ୍କ ସଂକ୍ରମିତ ହୋଇ ସାରିଛନ୍ତି | ତେବେ କରୋନା ରେ ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୫୮ ହଜାର ରୁ ଅଧିକ ହେବ | ଅନ୍ୟପକ୍ଷ୍ୟରେ ୩ କୋଟି ୫୬ ଲକ୍ଷ ୪୩ ହଜାର ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି | ଆମେରିକା ରେ ସବୁଠାରୁ ଅଧିକ ସଂକ୍ରମିତ ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୧ ଲକ୍ଷ ୨୪ ହଜାରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି |