ଆତଙ୍କୀବାଦ ଆକ୍ରମଣ ରେ ୪ ଯବାନ ସହିଦ , ୩ ଆତଙ୍କୀ ମୃତ

136

କଟକ (ଉତ୍କଳ ନ୍ୟୁଜ) ଜାମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲା ର ମାଛିଲା ଅଂଚଳରେ ଭାରତୀୟ ଯବାନ ଅପରେସନ କରୁଥିବାବେଳ ଆତଙ୍କବାଦୀ ମାନେ ଅତିରିକ୍ତ ଯବାନ ମାନଙ୍କ ଉପରେ ଆକ୍ରମଣ କରିଥିଲେ | ଏହି ଆକ୍ରମଣ ରେ ଜଣେ ସେନାଧିକାରୀ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି | ତାପରେ ସେନା କର୍ମୀଙ୍କ ଗୁଳି ରେ ୩ ଜଣ ଅନୁପ୍ରବେଶ କାରି ନିହିତ ହୋଇଛନ୍ତି | ସୂଚନା ଅନୁସାରେ କିଛି ଆତଙ୍କବାଦୀ ମାନେ ଏଲ ଓ ସି ରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ | ଏହି ସୂଚନା ଜାଣିବା ମାତ୍ରେ ଭାରତୀୟ ସେନା ଅପରେସନ ଆରମ୍ଭ କରିଥିଲେ | ଏହି ସମୟରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ |