ଚୀନ ସହ ଯୁଦ୍ଧ ହୋଇପାରେ : ଜେନେରାଲ ବିପିନ ରାୱତ

160

କଟକ (ଉତ୍କଳ ନ୍ୟୁଜ) ଚୀନ ସହ ଯୁଦ୍ଧ ହୋଇପାରେ ବୋଲି କହିଲେ ଭାରତ ର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ | ଲଦାଖ ଯେପରି ଅନୈତିକ କାମ କରୁଛି ଚୀନ ସେଥିପାଇଁ ଏବେ ଏପରି ପରିସ୍ଥିତି ର ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି ସେ | ଲଦାଖ ସୀମା ରେ ଚୀନ ତାର ମନମୁଖୀ କାମ କରିଚାଲିଛି | ଯାହା ପାଇଁ ଏଭଳି ସ୍ଥିତି ଉପୁଜୁଛି | ସୀମା ରେ ଚୀନ ଦ୍ୱାରା ଏକତରଫା ଭାବେ ପରିବର୍ତ୍ତନ କରିବାକୁ ଉଦ୍ୟମ କରାଗଲେ ଭାରତ ତାହାକୁ ବରଦାସ୍ତ କରିବ ନାହିଁ | ଲଦାଖ ସୀମା ବିବାଦ ରେ ସମାଧାନ ପାଇଁ ଆଜି ଭାରତ ଓ ଚୀନ ସେନା ମଧ୍ୟରେ ୮ମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଥିଲାବେଳେ ନ୍ୟାସନାଲ ଡିଫେନ୍ସ କଲେଜ ରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି |