ବିଜୟ ହୋଇପାରନ୍ତି ଜୋ ବାଇଡ଼ନ !

132

କଟକ (ଉତ୍କଳ ନ୍ୟୁଜ) ଆମେରିକା ରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନ ରେ ଡେମୋକ୍ରେଟିକ ପାର୍ଟି ର ପାର୍ଥି ଜୋ ବାଇଡ଼ନ ଡୋନାଲଡ ଟ୍ରମ୍ପ ଠୁ ବହୁତ ଆଗରେ ଅଛନ୍ତି | ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଦରକାର ୨୭୦ ଇଲେକ୍ଟ୍ରୋରାଲ ଭୋଟ | ବାଇଡ଼ନ ୨୫୩ ଭୋଟ ହାସଲ କରି ସାରିଥିବା ବେଳେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୨୧୪ ଭୋଟ ଜିଣିଛନ୍ତି | ଆସନ୍ତା କଲି ସୁଦ୍ଧା ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି |