ଅଲକାଏଦା ଜିହାଦି ଙ୍କ ଉପରେ ଏୟାର ଷ୍ଟ୍ରାଇକ କଲା ଫ୍ରାନ୍ସ

126

କଟକ (ଉତ୍କଳ ନ୍ୟୁଜ) ଫ୍ରାନ୍ସ ଏବେ ନେଉଛି ପ୍ରତିଶୋଧ ! ବାଛି ବାଛି ମାରୁଛି ଆତଙ୍କବାଦୀ ମାନଙ୍କୁ | ଆଫ୍ରିକୀୟ ଦେଶ ମାଲି ରେ ଫ୍ରାନ୍ସ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ରେ ଆତଙ୍କବାଦୀ ସଂଗଠନ ଅଲକାଏଦା ର ୫୦ ଜଣ ନିହିତ ହୋଇଛନ୍ତି | ଫ୍ରାନ୍ସ ର ପ୍ରତିରକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି | ଫ୍ରାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବିକ , ଫ୍ରାନ୍ସ ର ମୀରାଜ ବିମାନ ବୁରକୀନା ଫାସୋ ଏବଂ ନାଇଜର ସୀମାକୁ ଲାଗିଥିବା ଆତଙ୍କବାଦୀ ଆଡା ଉପରେ ଭୀଷଣ ଆକ୍ରମଣ କରିଥିଲା | ଯାହା ଦ୍ୱାରା ୫୦ ଆତଙ୍କବାଦୀ ନିହିତ ହୋଇଥିଲେ ଏବଂ ସେମାନଙ୍କର ୧୮ ଟି ବାଇକ ଧ୍ବଂସ ହୋଇଯାଇଛି |