ଭିଏନା ରେ ଆତଙ୍କୀବାଦୀ ଆକ୍ରମଣ, ୪ ମୃତ

163

କଟକ (ଉତ୍କଳ ନ୍ୟୁଜ) ଅଷ୍ଟ୍ରିଆ ର ରାଜଧାନୀ ଭିଏନା ରେ ହୋଇଥିବା ଆତଙ୍କୀବାଦୀ ଆକ୍ରମଣ ରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୧୭ ଜଣ ଆହତ ହୋଇଛନ୍ତି | ଆହତ ବ୍ୟକ୍ତି ଙ୍କ ମଧ୍ୟରୁ ୭ ଜଣ ଙ୍କ ଅବସ୍ଥା ଗୁରୁତର ରହିଛି | ଫ୍ରାନ୍ସ ର ଘଟିଥିବା ଘଟଣା ର କିଛିଦିନ ପରେ ଏହି ଘଟଣା ଘଟିଛି ଯାହା ସାରା ଇଉରୋପ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଜଣେ ଆତଙ୍କବାଦୀ ଏକ ରାଇଫଲ , ପିସ୍ତଲ ଓ ଧାରୁଆ ଅସ୍ତ୍ର ଧରି ଭିଏନା ର ଏକ ରେସ୍ତୁରଣ୍ଟ ନିକଟରେ ଆଖିବୁଜା ଗୁଳିମାଡ଼ କରି ଥିଲା | ତାର ଏହି ଆକ୍ରମଣ ରେ ଦୁଇ ଜଣ ମହିଳା ଓ ଦୁଇ ପୁରୁଷ ପ୍ରାଣ ହରାଇଥିଲେ | ନିହିତ ଆତଙ୍କବାଦୀ ର ପରିଚୟ ହେଲା କୁଜିତମ ଫେଯୁଜୁଲାଇ (୨୦) ବୋଇ ଜଣାପଡିଛି | ସେ ଭିଏନା ରେ ସକ୍ରିୟ ଥିବା ଇସ୍ଲାମିକ ମୌଳିକବାଦୀ ଙ୍କ ଭିତରେ ସାମିଲ ଥିଲା |