ପୁଣି ଗ୍ରେ ଲିଷ୍ଟ ରେ ରହିବ ପାକିସ୍ତାନ |

146

କଟକ (ଉତ୍କଳ ନ୍ୟୁଜ) ଗ୍ରେ ଲିଷ୍ଟ ରୁ ବାହାରିବା ପାଇଁ ପାକିସ୍ତାନ କରିଥିବା ସବୁ ଚେଷ୍ଟା ବିଫଳ ହୋଇଛି | ଶୁକ୍ରବାର ଅନୁଷ୍ଠିତ ଏଫଏଟିଏଫ ବୈଠକ ରେ ପାକିସ୍ତାନ ପୂର୍ବ ଭଳି ସଂସ୍ଥା ଦ୍ୱାରା ଗ୍ରେ ଲିଷ୍ଟ ରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି | ଏହି ଖବର ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ କୁ ଶକ୍ତ ଧକ୍କା ଲାଗିଛି | ଗ୍ରେ ଲିଷ୍ଟ ରୁ ବାହାରିବା ପାଇଁ ଇମ୍ରାନ ସରକାର ୱାଶିଂଟନରେ ଏକ ପ୍ରମୁଖ କମ୍ପାନୀ ସହିତ ଡ଼ିଲ ମଧ୍ୟ କରିଥିଲା ହେଲେ ଏହି ଡ଼ିଲ ମଧ୍ୟ ପାକିସ୍ତାନ କୌଣସି ସାହାଯ୍ୟ କରିପାରିନଥିଲା | ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରିବ ସହିତ ସେମାନଙ୍କ କାର୍ଯ୍ୟକଳାପ କୁ ବନ୍ଦ କରିବାକୁ କୁହାଯାଇଥିଲା ପାକିସ୍ତାନ କୁ | ହେଲେ ସେ ସବୁ ପ୍ରକାର ବିଫଳ ହୋଇଛି ପାକିସ୍ତାନ |