ହ୍ରାସ ପାଉଛି ଦୈନିକ କରୋନା ସଂକ୍ରାମିତଙ୍କ ସଂଖ୍ୟା

152

କଟକ (ଉତ୍କଳ ନ୍ୟୁଜ) ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି | ସେପ୍ଟେମ୍ବର ମାସ ରେ ଦୈନିକ ସଂକ୍ରମଣ ସଂଖ୍ୟା ୯୦ ହଜାର ରୁ ଅଧିକ ରହୁଥିବା ବେଳେ ଏବେ ତାହା ୬୦ ହଜାର ତଳକୁ ଖସିଛି | ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୪,୩୬୬ ଜଣ ନୂଆ ସଂକ୍ରମଣ ଚିନ୍ହଟ ହୋଇଛନ୍ତି | ଏହାସହ ଭାରତରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟ ୭୭ଲକ୍ଷ ୬୧ ହଜାର ୩୧୨ ରେ ପହଂଚିଛି | ଗତ ୨୪ ଘଣ୍ଟା ମଧ୍ୟରେ ୬୯୦ ଜଣ କରୋନା ରେ ମୃତ୍ୟୁ ବରଣ କରିଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟିଏୟୁ କରି ଏହି ସୂଚନା ମିଳିଛି |