ସ୍ଵଦେଶୀ ୱେବ ବ୍ରାଉଜର ନିର୍ମାଣ କଲା ରିଲାଏନ୍ସ ଜିଓ

161

କଟକ (ଉତ୍କଳ ନ୍ୟୁଜ) ଭାରତ ର ଲୋକପ୍ରିୟ ଟେଲିକମ ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ ସ୍ଵଦେଶୀ ୱେବ ବ୍ରାଉଜର ଜିଓପେଜେସ କୁ ଆରମ୍ଭ କରିଛି | ଏହି ୱେବ ବ୍ରାଉଜର ବହୁତ ଅଧିକ ସ୍ପିଡ଼ ସହିତ ସମ୍ପୂର୍ଣ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି | ଡାଟା ସୁରକ୍ଷା କୁ ନେଇ ବିଶ୍ୱ ସ୍ତରରେ ଚର୍ଚ୍ଚ ହେଉଥିବା ବେଳେ ରଲାଇନ୍ସ ଜିଓ ପକ୍ଷରୁ ଜିଓପେଜେସ କୁ ବଜାରରେ ପ୍ରଚଳନ କରିବାର ଏହା ପ୍ରକୃଷ୍ଟ ସମୟ ବୋଲି କହିଛି କମ୍ପାନୀ | ଜିଓପେଜେସ ର ବିଶେଷତ୍ୱ ହେଉଛି ଏହା ଏକ ଅନ୍ୟ ବ୍ରାଉଜର ତୁଳନା ରେ ବ୍ୟବହାରକାରୀଙ୍କୁ ଡାଟା ପ୍ରାଇଭେସି ସହିତ ନିଜର ଡାଟା ଉପରେ ସମ୍ପୂର୍ଣ ନିୟନ୍ତ୍ରଣ ପ୍ରଦାନ କରିଥାଏ |