କରୋନା ଟୀକା ପାଇଁ ୫୦ ହଜାର କୋଟି ଟଙ୍କା ଲାଗିବ |

153

କଟକ (ଉତ୍କଳ ନ୍ୟୁଜ) କରୋନା ମହାମାରୀ କୁ ମାତ ଦେବାପାଇଁ କେନ୍ଦ୍ର ସରକାର ଏବେଠାରୁ ପ୍ରସ୍ତୁତ ହେଲାଣି | ଦେଶ ବାସୀ ଙ୍କ ପାଇଁ ଟୀକାକରଣ ଲାଗି ପାଖାପାଖି ୫୦ ହଜାର କୋଟି ଟଙ୍କା ବାନ୍ଧି ରଖିଛନ୍ତି କେନ୍ଦ୍ର ସରକାର | ଏଥିପାଇଁ ଏକ ପୃଥକ ପାଣ୍ଠି ତିଆରି କରି ରଖିଛି କେନ୍ଦ୍ର ସରକାର | ଆକଳନ ଅନୁସାରେ ଜଣେ ବ୍ୟକ୍ତି କୁ କରୋନା ଟିକିଏ ଦେବା ପାଇଁ ଅତିକମ୍ରେ ରେ ୬ରୁ ୭ ଡ଼ଲାର ବା ୫୧୬ ଟଙ୍କା ଖର୍ଚ୍ଚ ହେବ | ସେହି ଦୃଷ୍ଟି ରୁ ୧୩୫ କୋଟି ଲୋକଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ବହୁତ ମହଙ୍ଗା ହେବ | ଏଥିଲାଗି ଅତିକମ ରେ ୫୦,୦୦୦ କୋଟି ଟଙ୍କା ଲାଗିପାରେ | ତେବେ ଅଧିକ ଟଙ୍କା ଖର୍ଚ୍ଚ ହେଲେ ବି ସେଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ |