ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୭୭ ଲକ୍ଷ ପାର

138

କଟକ (ଉତ୍କଳ ନ୍ୟୁଜ) ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୫, ୮୩୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ମୋଟ ସଂକ୍ରାମିତଙ୍କ ସଂଖ୍ୟା ୭୭, ୦୬, ୯୪୬ ରେ ପହଂଚିଛି | ସୁସ୍ଥଙ୍କ ସଂଖ୍ୟା ହେଲା ୬୮,୭୪,୫୧୮ | ନୂଆ ରୋଗୀ ଙ୍କ ଠାରୁ ସୁସ୍ଥ ଙ୍କ ସଂଖ୍ୟା ୨୩,୫୭୬ ଅଧିକ ରହିଛି | ଗୋଟିଏ ଦିନରେ ୭୯,୪୧୫ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଯାଇଛି |