ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଚୁକ୍ତି

119

କଟକ (ଉତ୍କଳ ନ୍ୟୁଜ) ଚୀନ କୁ କଡା ଜବାବ ଦେବା ପାଇଁ ଭାରତ ପୁରା ପୁରୀ ପ୍ରସ୍ତୁତ | ଭାରତ ଓ ଆମେରିକା ମିଳିମିଶି ଚୀନ କୁ ଜବାବ ଦେବେ |ଏଥିପାଇଁ ଚଳିତ ମାସ ୨୬ ଓ ୨୭ ମଧ୍ୟରେ ନୂଆ ଦିଲ୍ଲୀ ଠାରେ ଭାରତ ଓ ଆମେରିକା ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ଡାଏଲଗ ଅନୁଷ୍ଠିତ ହେବାକୁ ଯାଉଛି | ଏଥିରେ ଭାରତ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଯୋଗଦେବେ | ଆମେରିକା ପ୍ରତିରକ୍ଷା ସଚିବ ମାଇକ ଏସପିର ଏବଂ ବିଦେଶ ସଚିବ ମାଇକ ପୋମ୍ପେୟ ସାମିଲ ହେବେ | ଏହି ସମ୍ମିଳନୀ ରେ ଭାରତ ଓ ଆମେରିକା ମଧ୍ୟରେ ଦୁଇଟି ଚୁକ୍ତି ହେବ ପ୍ରଥମଟି ହେଲା ବେଶିକ ଏକ୍ସଚେଂଜ ଆଣ୍ଡ କପୋର୍ରେସନ ଆଗ୍ରିମେଣ୍ଟ | ଆମେରିକା ଠାରୁ ଅତ୍ୟାଧୁନିକ ଲଢୁଆ ଡ୍ରନ କ୍ରୟ କରିବାକୁ ହେଲେ ଭାରତ କୁ ଏହି ଚୁକ୍ତି ରେ ସ୍ଵାକ୍ଷର କରିବାକୁ ପଡିବ |