ଅଭିନବ ଉପାୟରେ ଟଙ୍କା ଲୁଟ କଲେ ଯୁବକ ।

215

ନକଲି ବ୍ୟାଙ୍କ ଚେକ ଦେଇ ଟଙ୍କା ହଡପ ।ଅଭିନବ ଉପାୟରେ ଲୁଟର ନୂଆ ଫର୍ମୂଲା ନକଲି ଚେକ ଦେଇ ଅସଲି ଟଙ୍କା ଲୁଟ୍ କରିଛି ଲୁଟେରା।ଫନି ଘର ଭଙ୍ଗା ବାବଦରେ ତୁମର ଆସିଛି ୩ଲକ୍ଷ ୨୦ହଜାର । ମୋତେ ଟଙ୍କା ଦିଅ ମୁଁ ତୁମକୁ ଚେକ୍ ଦେବି ତୁମେ ବ୍ୟାଙ୍କରୁ ଟଙ୍କା ଉଠାଇବ।ଏଭଳି ଅଭିନଵ ଉପାୟରେ ଲୁଟ୍ କରିଛନ୍ତି ଲୁଟେରା। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀବ୍ଲକ ଡିଆ ଗ୍ରାମପଞ୍ଚାୟତ କପିଳେଶ୍ୱରପୁର ଗ୍ରାମରେ।୨୦ତାରିଖ ଦିନ କପିଳେଶ୍ୱରପୁର ଗ୍ରାମର ସଞ୍ଜୁ ସାହୁଙ୍କ ଘରେ ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ପହଞ୍ଚିଥିଲେ ଜଣେ ଯୁବକ କହିଥିଲେ ତୁମର ୩ଲକ୍ଷ୨୦ ହଜାର ଟଙ୍କା ଆସିଛି ତୁମକୁ ଚେକ୍ ଦେବି ତୁମେ ଟଙ୍କା ଉଠେଇବ ପ୍ରତିବଦଳରେ ୨୪ହଜାର ଟଙ୍କା ଦାବି କରିଥିଲେ।ସଞ୍ଜୁ ଅଧିକ ଟଙ୍କା ପାଇବା ଲୋଭରେ ୩ହଜାର ଟଙ୍କା କାନଫୁଲ,ପେଣ୍ଡି ଦେଇ ଯୁବକଙ୍କ ଠାରୁ ଚେକ ରଖିଥିଲେ ପରେ ଟଙ୍କା ଓ ସୁନା ଗହଣା ନେଇ ଯୁବକଜଣକ ଫେରାର ହୋଇଥିଲେ।ସଞ୍ଜୁ ବ୍ୟାଙ୍କକୁ ଯାଇ ଜାଣିବାକୁ ପାଇଥିଲେ ଚେକ୍ ଟି ନକଲି ବୋଲି।ଏ ସଂମ୍ପର୍କରେ ସଞ୍ଜୁ ନିରାକାରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।ଅନୁରୂପ ଭାବରେ ବଡ଼ପୋଖରୀଆ ଗ୍ରାମପଞ୍ଚାୟତ କଣ୍ଠପୁର ଗ୍ରାମର ରେବତୀ ପଲେଇଙ୍କ ଠାରୁ ସମାନ ଢ଼ଙ୍ଗରେ ଟଙ୍କା ଓ ସୁନା ଲୁଟ୍ କରିଥିବା ନିରାକାରପୁର ଥାନାରେ ଅଭିଯୋଗ ହୋଇଛି। ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |