ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦୩୩ ଜଣ କରୋନା ରେ ମୃତ୍ୟୁ |

150

କଟକ (ଉତ୍କଳ ନ୍ୟୁଜ) ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୩ ଜଣ ଲୋକ କରୋନା ଜନିତ ରୋଗ ରେ ମୃତ୍ୟୁ ଘଟିଛି | ତେବେ ଆଶ୍ବସ୍ତିକର କଥା ହେଉଛି , ଦେଶରେ ଏପର୍ଯ୍ୟନ୍ତ ୬୫ ଲକ୍ଷ ରୁ ଅଧିକ କରୋନା କୁ ମତ ଦେଇ ସୁସ୍ଥ ହୋଇଛନ୍ତି | ଏହାବ୍ୟତୀତ ଗତ ଦେଢ଼ ମାସ ଭିତରେ ୨ୟ ଦିନରେ କରୋନା ସକ୍ରିୟ ମାମଲା ୮ ଲକ୍ଷ ରୁ ତଳେ ରହିଛି | ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୧୮୭୧ ଜଣ ଲୋକ କରୋନା ରେ ଆକ୍ରାନ୍ତ ହୋଇଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି | ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ଅତିକ୍ରମ କରିଛି |