କୋଭିଡ ୧୯ ଆଶ୍ରୟ ସ୍ଥଳରେ ଅବ୍ୟବସ୍ଥା ଅଭିଯୋଗ

183

କୋଦଳା , କ୍ୱାରାନଟାଇନ ସେଣ୍ଟରରେ ଅବ୍ଯବସ୍ଥା ଯୋଗୁଁ ଚମ୍ପଟ୍ ମାରିଲେ ଲୋକେ। ଏହିପରି ଅଭିଯୋଗ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ୨ ଟି କ୍ୱାରାନଟାଇନ ସେଣ୍ଟରରେସ ।ସୂଚନା ଅନୁସାରେ ଶନିବାର ରାତିରେ ସୁରଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ବସ୍ ରେ ବେଗୁନିଆପଡ଼ା ଅଞ୍ଚଳର ଶହଶହ ସଂଖ୍ୟାରେ ଲୋକ ଫେରିଥିବା ବେଳେ ସେମାନଙ୍କୁ ବେଗୁନିଆପଡ଼ା ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ୱାରାନଟାଇନରେ ରଖା ଯାଇଥିଲା। ତେବେ କ୍ୱାରାନଟାଇନ ସେଣ୍ଟରରେ ଅବ୍ଯବସ୍ଥା ଥିବା ନେଇ ଅଭିଯୋଗ କରିଥିଲେ ଲୋକେ। ଖାଇବା ପିଇବା ଠିକ୍ ଭାବେ ନମିଳିବା ଏବଂ ଏନେଇ ଦାୟିତ୍ବରେ ଥିବା ବ୍ଯକ୍ତି ବିଶେଷକୁଂ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସକାଳୁ ସକାଳୁ ପ୍ରାୟ ୨୦୦ ଲୋକ ମୁଖ୍ଯ ଫାଟକ ଗେଟ୍ ଭାଙ୍ଗି ଫେରାର ହୋଇଥିଲେ। ଖାଲି ସେତିକି ନୁହେଁ ଉକ୍ତ ବ୍ଲକର ରାଗପୁର ଆଦର୍ଶ ବିଦ୍ୟାଳୟର କ୍ୱାରାନଟାଇନରେ ସେଣ୍ଟରରୁ ମଧ୍ୟ କିଛି ଲୋକ ଫେରାର୍ ହୋଇଯାଇଥିବା ଜଣାପଡିଛି। ସେଠାରେ ମଧ୍ୟ ଠିକ୍ ଏଭଳି ଅଭିଯୋଗ ଆସିଥିଲା। ସକାଳେ ଏ ଖବର ପ୍ରଚାରିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ବେଗୁନିଆପଡ଼ା ମୁଖ୍ୟ ରାସ୍ତାରେ ଯାଉଥିବା ଅନେକ ଲୋକଙ୍କୁ ତହସିଲଦାର, ପୋଲିସ୍ କଞ୍ଚଣା ଠାରେ ଅଟକାଇ ପୁଣି ସଂଗରୋଧ ଗୃହରୁ ଫେରାଇବାକୁ ଉଦ୍ଯମ କରିଥିଲେ। ତେବେ ରାସ୍ତାରେ ଯାଉଥିବା ସମସ୍ତ ଲୋକଙ୍କୁ ପ୍ରଶାସନ ଫେରାଇ ଆଣିଥିବା ବେଳେ ଅଲଗା ରାସ୍ତା ଦେଇ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଲୋକ ଫେରାର୍ ହୋଇଯାଇଥିବା ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ପ୍ରବାସୀ ଓଡିଆଙ୍କ ଫେରିବାକୁ ନେଇ ଠୋସ୍ ତଥ୍ଯ ରହୁନାହିଁ ।ବିଭିନ୍ନ ସମୟରେ ବିଡିଓଙ୍କୁ ପଚାରିଲେ ମଧ୍ୟ ସଂପର୍ଣ୍ଣ ଉତ୍ତର ନଦେଇ ବିଡିଓ ଫୋନ୍ କାଟି ଦେଉଛନ୍ତି। ପୂର୍ବରୁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୁରଟ ଫେରନ୍ତାଙ୍କୁ କିଭଳି କ୍ୱାରାନଟାଇନରେ ରଖାଯିବ ସେ ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିଭଳି ସଠିକ୍ ଭାବେ ପରିଚାଳନା କରାଯିବ ସେ ନେଇ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନିମ୍ନ ମାନର ଖାଦ୍ୟ ଓ ଅବ୍ଯବସ୍ଥା ଯୋଗୁଁ କ୍ୱାରାନଟାଇନ ସେଣ୍ଟର ଗୁଡିକରେ ଏଭଳି ଘଟଣା ଦେଖିବାକୁ ମିଳୁଛି ।ଫେରାର୍ ହୋଇଯାଇଥିବା ଲୋକଙ୍କୁ ପୋଲିସ ଖୋଜୁଥିବା ବେଳେ ଏବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣା ପରେ ଗଂଜାମ ଜିଲ୍ଲାପାଳ ଓ ଏସ୍ ପି ପହଞ୍ଚି ଉଭୟ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି ।