ଧୀରେ ଧୀରେ ହ୍ରାସ ପାଉଛି ଦେଶରେ କରୋନା ସଂକ୍ରମଣ ସଂଖ୍ୟା |

156

କଟକ (ଉତ୍କଳ ନ୍ୟୁଜ) ଭାରତରେ କରୋନା ଧୀରେ ଧୀରେ କାବୁକୁ ଆସିବାରେ ଲାଗିଛି | ଦିନକୁ ଦିନ କରୋନା ସକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି କାରଣ ରୁ ଦେଶରେ ଚିକିତ୍ସିତ ଅବସ୍ଥାରେ ଥିବା ରୋଗୀଙ୍କ ସଂଖ୍ୟା କମି ବାରେ ଲାଗିଛି | ଶନିବାର ସକ୍ରିୟ ମାମଲା ଦେଢ଼ ମାସ ପରେ ତଳକୁ ଖସିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମୁତାବକ , ବର୍ତ୍ତମାନ ୭, ୯୫, ୦୮୭ ରୋଗୀଙ୍କ ଚିକିତ୍ସା ଜାରି ରହିଛି ଯାହା ମୋଟ ଆକ୍ରାନ୍ତ ଙ୍କର ୧୦.୭% | ଗତ ୨୪ ଘଣ୍ଟା ମଧ୍ୟରେ ୬୨, ୨୧୨ ନୂଆ ମାମଲା ସାମ୍ନାକୁ ଆସିଛି | ଏହାକୁ ମିଶାଇ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭୪, ୩୨, ୬୮୦ ରେ ଫହଁଚିଛି |