ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହଣା କଟା

164

ଗତ କାଲି ରାତି ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଯୁକ୍ତି ତର୍କ ହୋଇଥିଲା | ଯୁକ୍ତି ତର୍କ କ୍ରମେ ଉଗ୍ର ରୁପ ଧାରଣ କରିବାକୁ ଲାଗିଲା | ଫଳରେ ଉଭୟଙ୍କ ମଧ୍ୟ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା | ଏଥିରେ କ୍ରୋଧ୍ୱାନିତ ହୋଇ ଜଣେ ଅନ୍ୟ ଜଣେକୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା | ଏହି ଆକ୍ରମଣ ଫଳରେ ବୁଟୁ ପାଢୀ ଗୁରୁତର ଆହତ ହୋଇଥିଲେ ତାଙ୍କର ଗୋଟିଏ କାନ କଟିଯିବା ସହ ମୁଣ୍ଡ ଓ ମୁହଁରେ ବିଭିନ୍ନ ସ୍ଥାନ କଟି ଯାଇଥିଲା | ଘଟଣା ସ୍ଥଳରୁ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ତେବେ ଡାକ୍ତର ତୁରନ୍ତ ତାଙ୍କର ଆଶୁ ଚିକିତ୍ସା କରି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଦେଇଥିଲେ l ଖବର ପାଇ ବାଣପୁର ପୋଲିସ ଡାକ୍ତରଖାନା ରେ ପହଁଚି ବୁଟୁ ଙ୍କୁ ସ୍ୱାସ୍ଥ୍ୟବସ୍ଥା ବୁଝି ଆକ୍ରମଣ କରିଥିବା ଅନ୍ୟ ଅଭିଯୁକ୍ତ କୁ ଖୋଜିବାରେ ଲାଗିପଡ଼ିଛି | ତେବେ ଦୁର୍ଭାଗ୍ୟବଶତଃ ଗତକାଲି ରାତିରେ ହିଁ ବୁଟୁ ପାଢ଼ୀଙ୍କ ଭୁବନେଶ୍ୱର ମେଡିକାଲ ରେ ମୃତ୍ୟୁ ହୋଇଥିବା ଜଣାପଡିଛି | ଖୋର୍ଦ୍ଧା ରୁ ସୁଧିର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |