ରୁଷ ଟୀକା ସ୍ସପୁଟନିକ -ଭି କୁ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଲା ଭାରତ

136

କଟକ (ଉତ୍କଳ ନ୍ୟୁଜ) କରୋନା ମହାମାରୀ ସାରା ବିଶ୍ୱ ରେ କାୟା ବିସ୍ତାର କରିଚାଲିଛି | ବିଶ୍ୱ ଯାକ ଦେଶ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି | ହେଲେ ଏ ଯାଇଁ ଟୀକା ବାହାରି ପାରି ନାହିଁ | ଏହାର ଭିତରେ ଭାରତରେ ରୁଷ ଟୀକା ର ଅନୁମତି ମିଳିଛି | ସ୍ସପୁଟନିକ -ଭି ଟୀକାର ଦୁତୀୟା ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡିସିଜିଆଇ | ଭାରତରେ ଥିବା ଡାକ୍ତର ରେଡ଼ିଜ ଲାବୋରଟୋରୀକୁ ଅନୁମତି ଦେଇଛି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ | ସ୍ସପୁଟନିକ -ଭି ଟୀକାର ପ୍ରଥମ ପର୍ଯ୍ୟାୟ ରେ ରାଷ୍ଟ୍ରପତି ଭଲଦିମିର ପୁଟିନ ଙ୍କ ଝିଅ କୁ ଦିଆଯାଇଥିଲା | ପରେ ଏହି ଟିକାକୁ ନେଇ ଅନେକ ଆଶଙ୍କା ରହିଥିଲା | ତେବେ ଏବେ ଭାରତରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି | ଡ଼ିସେମ୍ବର ସୁଦ୍ଧା ୨୦୦ ରୁ ୩୦୦ ନିୟୁତ କୋଭିଡି ଟୀକା ପାଇବ ଭାରତ |