ଜାମ୍ମୁ -କାଶ୍ମୀର ରେ ୬ ଜଣ ଆତଙ୍କବାଦୀ ଗିରଫ

160

କଟକ (ଉତ୍କଳ ନ୍ୟୁଜ) ଜାମ୍ମୁ- କାଶ୍ମୀର ପୁଲିସ ଶୁକ୍ରବାର ଦିନ ୬ ଜଣ ଆତଙ୍କବାଦୀ ଙ୍କୁ ଗିରଫ କରିଛି | ଜାମ୍ମୁ କାଶ୍ମୀର ପୋଲିସ ର ଏହା ଏକ ବଡ଼ ସଫଳତା | ସେମାନଙ୍କ ପାଖରୁ ତିନୋଟି କାର ଓ ତିନୋଟି ବାଇକ ଜବତ କରାଯାଇଛି | ପୁଲିସ କହିବାର ଅନୁଯାଇ , ଏହି ଆତଙ୍କବାଦୀ ମାନେ ଗତ କିଛି ଦିନ ହେଲା ବିଭିନ୍ନ ମାର୍ଗରେ ସୁରାକ୍ଷାକର୍ମୀ ଙ୍କ ଉପରେ ଆକ୍ରମଣ କରୁଥିଲେ | ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ଆତଙ୍କବାଦୀ ସେମାନଙ୍କ ଉପରେ ଗୁଳି ବର୍ଷଣ କରି ଫେରାର ହୋଇଯାଉଥିଲେ | ଏମାନଙ୍କ ଆକ୍ରମଣ ରେ କିଛି ସୁରକ୍ଷାକର୍ମୀ ସହିଦ ମଧ୍ୟ ହୋଇଛନ୍ତି | ଜାମ୍ମୁ କାଶ୍ମୀର ପୁଲିସ ଓ ସୁରକ୍ଷା ଏଜେନସି ମିଳିତ ଦ୍ୱାରା ଏହି ଅପରେସନ ର ଲକ୍ଷ ସ୍ଥଳରେ ପହଂଚିପାରିଥିଲେ |