ଚୌଦ୍ୱାର ପୋଲିସ କୁ ବଡ ସଫଳତା ,୫ ଲୁଟେରା ଗିରଫ ସହ ବିପୁଳ ପରିମାଣର ଗହଣା ଜବତ |

441

କଟକ(ଉତ୍କଳ ନିଉଜ) ଚୌଦ୍ଵାର ଥାନା ପୋଲିସ କୁ ବଡ ସଫଳତା ।ଏକ ଲୁଟେରା ଗାଙ୍ଗ ର ମୁଖ୍ୟ ଆସାମୀ ସହ ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରି କୋର୍ଟ ପଠାଇଲା ଚୌଦ୍ଵାର ପୋଲିସ ।ଗତ ୧୫/୦୧/୨୦ ରିଖ ରାତି ୧୦:୨୫ ରେ ଚୌଦ୍ୱାର କପାଳେଶ୍ବରର ପ୍ରଦୀପ କୁମାର ପ୍ରଧାନ ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ ଅନୁଯାୟି ସେଇ ଦିନ ସକାଳ ୧୧:୩୦ ସମୟରେ ସେ ତାଙ୍କ ପରିବାର ସହିତ ପୁରୀ ବୁଲିବାକୁ ଯାଇଥିଲେ |ସନ୍ଧ୍ୟା ୭ ତା ସମୟରେ ସେମାନେ ଘରକୁ ଫେରିଥିଲେ |ମୁଖ୍ୟ ଦ୍ୱାରା ପାଖରେ ପହଂଚି ଦେଖିଥିଲେ ଯେ ଘରର ପଛ ଦ୍ୱାର ଭଙ୍ଗା ଯାଇଛି |ତାପରେ ସେମାନେ ଜାଣିବାକୁ ପାଇଲେ ଯେ ଘରେ ରଖା ହେଇଥିବା ଗହଣା ଗlଣ୍ଠି , ଟଙ୍କା ଏବଂ ଟିଭି କୁ କେହି ଚୋର ଘର ର ପଛ କବାଟ ତାଡି ନେଇଯାଇଛି | ଏ ନେଇ ସେ ଚୌଦ୍ୱାର ଥାନା ପୋଲିସ କୁ ଅଭିଯୋଗ କରିବା ପରେ , କେସ ନମ୍ବର ୩୪ ରୁଜୁ କରିବା ସହ ତଦନ୍ତ କରି ଏହି ଘଟଣା ରେ ସମ୍ପୃକ୍ତ ଥିବା ଜଗତପୁର ର ମୁଖ୍ୟ ଆସାମୀ ହରିହର ସାମଲ ଓ ତାଙ୍କର ସାଥି ଆଠଗଡ଼ ର ସୂର୍ଯ୍ୟକାନ୍ତ ରାଉତ (ତପୁ) ,ଜଗତପୁର ଥାନା ଅନ୍ତର୍ଗତ ମମି ସାମଲ , ଶତ୍ରୁଘ୍ନ ସାହୁ ,ତ୍ରିଲୋଚନ ସାହୁଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରିଛି |ସେମାନଙ୍କ ନାମ ରେ ରାଜ୍ୟ ର ବିଭିନ୍ନ ଥାନାରେ ବହୁ କେସ ଥିବା ତଦନ୍ତ ରୁ ଜଣା ପଡିଛି |ଚୌଦ୍ୱାର ଥାନା ଆଇଆଇସି ବିରଂଚି ନାରାୟଣ ପତି ସେମାନଙ୍କୁ ଆରେଷ୍ଟ କରିବା ପରେ ସେମାନଙ୍କ ଠାରୁ ୨୨୦ ଗ୍ରାମ ର ସୁନା ଗହଣା ,୨୩୭ ଗ୍ରାମ ର ଚାନ୍ଦି ଗହଣା ,ଗୋଟେ ସୁଜୁକି ଗାଡି ଓ ଏକ ମୋଟରସାଇକେଲ ଜବତ କରିଛି |