ଦୁଇ ଓଡିଆ ପୁଅ ଙ୍କୁ ମିଳିଲା ସମ୍ମାନ ଜନକ ଜୀବରକ୍ଷା ପୁରସ୍କାର।

344

ଆଜି ଦିବା ୧୧ ଘଟିକା ସମୟରେ ଦିଲ୍ଲୀ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଙ୍କ ତତ୍ତ୍ଵାବଧନରେ ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ଇଣ୍ଡିଆ ଅନଲାଇନ ଆନୁଆଲ୍ ମିଟ୍ କରାଯାଇଥିଲା। ଭାରତର ବିଭିନ୍ନ ରାଜ୍ୟ ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ଓଡ଼ିଆ ମାଟିର ଦୁଇ ଜଣ ଯୁବ ସମାଜସେବୀ ଙ୍କୁ ସମ୍ମାନ ଜନକ ଜିବରକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା। ନିଜ ଜୀବନକୁ ବାଜି ମାରି ଅନ୍ୟ ର ଜୀବନ ବଞ୍ଚାଇବା ସହିତ ସମାଜସେବା ରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଦୁଇ ଯୁବକ କଟକ ଥୋରିଆ ସାହି ର ଶ୍ରୀ ମିଳନ କୁମାର ସାହୁ ଓ ଭୁବନେଶ୍ବର ର ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ ଙ୍କୁ ମିଳିଲା ଏହି ସମ୍ମାନ ଜନକ ପୁରସ୍କାର ବିଭିନ୍ନ ରାଜ୍ୟ ର ରାଜ୍ୟପାଳ ମାନଙ୍କ ସହିତ ଭାରତ ପ୍ରଶାସନିକ କ୍ଷେତ୍ରରେ ଥିବା ବିଭିନ୍ନ ଅଧିକାରୀ ମାନେ ଏହି କାର୍ଯ୍ୟ ରେ ଉପସ୍ଥିତ ଥିଲେ। କୋଭିଡ୍ କଟକଣା ପାଳନ କରି ଅନଲାଇନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଗଲା । ଏହି ଦୁଇ ଓଡ଼ିଆ ଯୁବକଙ୍କ ପାଇଁ ଓଡ଼ିଶା ମାଟି ଗର୍ବ ଅନୁଭବ କରୁଛି।