ଗତ ୨୪ ଘଣ୍ଟା ରେ ଭାରତରେ ୬୩,୫୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

135

କଟକ (ଉତ୍କଳ ନ୍ୟୁଜ) ଭାରତରେ କରୋନା ମହାମାରୀ ର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି | କରୋନା ରୋଗୀ ଙ୍କ ସୁସ୍ଥ ସଂଖ୍ୟାରେ ବୃଦ୍ଧି ଘଟିଛି | ଦେଶରେ ଗତ ୨୪ ଘଣ୍ଟା ରେ ୬୩୫୦୯ ନୂଆ ପଜିଟିଭ ଚିହ୍ନଟ ହୋଇଛି | ଏହାକୁ ମିଶାଇ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ଲକ୍ଷ ୩୯ହଜାର ୩୮୯ ରେ ପହଂଚିଛି | ଦିନକ ଭିତରେ ଦେଶରେ ୭୩୦ ଜଣ ଲୋକଙ୍କର କରୋନା ଜନିତ ମୃତ୍ୟୁ ହୋଇଛି | ଏଥିସହ ୧,୧୦,୫୮୬ ଜଣ କରୋନା ରେ ପ୍ରାଣ ହରାଇଛନ୍ତି | ସେହିପରି ୭୪, ୬୩୨ ଜଣ ସୁସ୍ଥ ହୋଇଛନ୍ତି | ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି |