ବନ ବିଭାଗ ହେପାଜତ ରେ ଥିବା ବ୍ୟକ୍ତିଙ୍କର ସନ୍ଦେହ ଜଣକ ମୃତ୍ୟୁ ,ବନ ବିଭାଗ କର୍ମ ଚାରି ମାନେ ତାଙ୍କୁ ପିଟି ମାରିଥିବା ର ଅଭିଯୋଗ କଲେ ତାଙ୍କ ପରିବାର ଲୋକ |

172

ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବନ ବିଭାଗ ଅଫିସ ରେ |ମୃତକ ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବୋଲ ଗାଁ ର ବଳଭଦ୍ର ବେହେରା | ଘଟଣା ମୁତାବକ ଧୁଆଁନଳୀ ସେକ୍ସନ ବନ କର୍ମଚାରୀ ଙ୍କ ପେଟ୍ରୋଲିଙ୍ଗ ସମୟରେ ତିନିଗୋଟି ଚୋରା କାଠ ଗାଣ୍ଡି ସହ ବଳଭଦ୍ର ଟାମଣI ପାହାଡ଼ରୁ ଧରା ପଡ଼ି ବନ କର୍ମଚାରୀଙ୍କ ହେପାଜତ ରେ ରହିଥିଲେ | ତେବେ ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ବାଣପୁର ହସ୍ପିଟାଲ କୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |ଏ ନେଇ ବଳଭଦ୍ର ଙ୍କ ପରିବାର ବର୍ଗ ତାଙ୍କୁ ପିଟି ମାରି ଦେଇଥିବା ବାଣପୁର ଥାନା ରେ ଅଭିଯୋଗ କରିଛନ୍ତି |ଅପର ପକ୍ଷରେ ଖୋର୍ଦ୍ଧା ଡ଼ିଏଫଓ ସୌମ୍ୟକ ସାମନ୍ତରାୟ ଓ ବାଲୁଗାଁ ଏସ.ଡି.ପି.ଓ ମୃତ ବ୍ୟକ୍ତି ଙ୍କ ଶବ ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ଜଣI ପଡିବ ବୋଲି କହିଛନ୍ତି | ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରାଙ୍କ ରିପୋର୍ଟ ଉତ୍କଳ ନିଉଜ |