ଭାରତୀୟ ସୀମାରେ ଅସ୍ଥିରତା ପଛରେ ଚୀନ ଓ ପାକିସ୍ତାନ ର ମିଳିତ ଷଡ଼ଯନ୍ତ୍ର : ରାଜନାଥ ଙ୍କ ବୟାନ

159

କଟକ (ଉତ୍କଳ ନ୍ୟୁଜ) ଭରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରୁଛନ୍ତି ଚୀନ ଓ ପାକିସ୍ତାନ ଏହିପରି ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ | ରାଜନାଥ ସିଂ ଷୋମବାର କହିଛନ୍ତି ଯେ ଭାରତର ଉବୟ ଉତ୍ତର ଓ ପଶ୍ଚିମ ସୀମାରେ ଏବେ ଉତ୍ତେଜନା ଲାଗି ରହିଛି | ଏହାର ପଛରେ ପାକିସ୍ତାନ ଓ ଚୀନ ର ମିଳିତ ଭାବେ ସୀମାରେ ବିବାଦ ସୃଷ୍ଟି କରୁଛନ୍ତି | ବର୍ଡ଼ର ରୋଡ଼ ଅର୍ଗାନାଇଜେସନ (ବିଆରଓ) ଦ୍ୱାରା ଭାରତର ସୀମାବର୍ତ୍ତୀ ଅଂଚଳକୁ ଯିବା ପାଇଁ ନିର୍ମିତ ୪୪ ଟି ପୋଲର ଉଦଘାଟନ କରିବା ଅବସରରେ ସେ ଏହା କହିଛନ୍ତି |