ଗଂଜେଇ ଚୋରା ଚାଲାଣ କୁ ନେଇ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କଲା ଚୌଦ୍ୱାର ପୋଲିସ |

396

କଟକ (ଉତ୍କଳ ନିଉଜ) ଚୌଦ୍ୱାର ଥାନା ଅନ୍ତର୍ଗତ ଏ.ଆର.ସି ଗହଣ୍ଡା ପଡିଆ ନିକଟରେ ଆଜି କିଛି ବ୍ୟକ୍ତି ଗଂଜେଇ ଚୋରା ଚାଲାଣ କରୁଥିବାର ,ବିଶ୍ଵସ୍ଥ ସୂତ୍ର ରୁ ଖବର ପାଇଁ ଚୌଦ୍ୱାର ଥାନା ଆସ.ଆଇ ବିବି ହୋତା ଏକ ପୋଲିସ ଟିମ ସହ ଘଟଣା ସ୍ଥଳରେ ଚଢ଼ାଉ କରି ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୯ କେଜି ୭୦୦ ଗ୍ରାମ ଗଂଜେଇ ଜବତ କରିଛି |ଏହି ଅଭିଯୁକ୍ତ ତିନି ଜଣ ହେଲେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବିରଂଚି ତିରିଆ (୩୫),ସନ୍ତୋଷ ବେହେରା (୪୫), ଓ ଅଜୟ ମଙ୍ଗୁଆଳ (୨୬) ଏହି ତିନି ଜଣଙ୍କୁ ଅଟକ ରଖିବା ସହ କେଉଁ ଆଡେ ଗଂଜେଇ ଚାଲାଣ ଚାଲିଥିଲା ତାହା ର ତଦନ୍ତ କରୁଛନ୍ତି ଚୌଦ୍ୱାର ଥାନା ଏସଆଇ ପାର୍ଥ ପ୍ରତିମ ବେଉରା |ଏହି ଅପରାଧୀ ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ତିନୋଟି ଫୋନ,ଏକ ହୋଣ୍ଡା ଗାଡି ଓ ନଗଦ ୧୧୧୫୦ ଟଙ୍କାଜବତ କରିଛି | ଆଜି ତିନି ଜଣଙ୍କୁ କୋର୍ଟ ଫରୱାର୍ଡ଼ କର ଯାଇଛି |