ଦେଶରେ ୨୪ ଘଣ୍ଟା ରେ ୭୮,୩୬୫ ଜଣ ନୂଆ କରୋନା ଆକ୍ରାନ୍ତ ସୁସ୍ଥ

138

କଟକ (ଉତ୍କଳ ନ୍ୟୁଜ) ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି | ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ୯୦ ହଜାର ଉପରେ ରହୁଥିବାବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି | ଗତ ୨୪ ଘଣ୍ଟା ରେ ପ୍ରାୟ ୭୦ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂଖ୍ୟା 69 ଲକ୍ଷ ରେ ପହଞ୍ଚିଛି | ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତ ଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି |