ସାଇବର ସୁରକ୍ଷା କୁ ନେଇ ଭାରତ ଓ ଜାପାନ ମଧ୍ୟରେ ଚୁକ୍ତି

128

କଟକ (ଉତ୍କଳ ନ୍ୟୁଜ) ଭାରତ ନିଜକୁ କୁ ସାଇବର ସୁରକ୍ଷା କ୍ଷେତ୍ରରେ ଜାପାନ ସହିତ ମିଶି ଆଗକୁ କାମ କରିବ | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତା ରେ ଅନିଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଭାରତ ଓ ଜାପାନ ମଧ୍ୟରେ ସାଇବର ସୁରକ୍ଷା ନେଇ ବୁଝାମଣା ପତ୍ର ସ୍ଵାକ୍ଷର କରିବାକୁ ଅନୁମତି ପ୍ରଦାନ କରିଛନ୍ତି | ଏହି ବୁଝାମଣା ସ୍ଵାକ୍ଷରତା ହେବା ଫଳରେ ଉଭୟ ଦେଶ ମଧ୍ୟରେ ସାଇବର ସ୍ପେସ ରେ ସାମର୍ଥ୍ୟ ବୃଦ୍ଧି, ଭିତ୍ତିଭୂମି ସୁରକ୍ଷା, ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା, ସାଇବର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା ଇତ୍ୟାଦିରେ ସହଯୋଗ ବୃଦ୍ଧି ପାଇବ |