କଳାହାଣ୍ଡି ପାଣି ଗାଁ ଜଙ୍ଗଲ ନିକଟରୁ ଫାଇନାନ୍ସ ଏଜେଣ୍ଟ ଠାରୁ ଲୁଟ ମାମଲା ,୫ ଗିରଫ ଓ କୋଟ ଚାଲାଣ ।

171

ପାଣିଗାଁ ଜଙ୍ଗଲ ନିକଟ ରୁ ଫାଇନାନ୍ସ ଏଜେଣ୍ଟ ଙ୍କ ଠାରୁ ଲୁଟ ମାମଲା ରେ ଜୁନାଗଡ଼ ପୋଲିସ ଦ୍ବାରା ୦୫ ଗିରଫ ହୋଇଥିବା ବେଳେ ୨ ଅଭିଯୁକ୍ତ ଏବେ ବି ଫେରାର ଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ଗିରଫ ୫ ଅଭିଯୁକ୍ତ ଙ୍କ ଠାରୁ ନଗଦ ୧୧ହଜାର ଟଙ୍କା,06 ମୋବାଇଲ ୩ ମୋଟର ସାଇକେଲ ଜବତ କରିଛି ଜୁନାଗଡ଼ ପୋଲିସ । ଗତ ୨୪ ତାରିଖ ଆରହନ ଫାଇନାନ୍ସ ଏଜେଣ୍ଟ ରାହୁଲ ନାଗ ଙ୍କ ଠାରୁ ଜଙ୍ଗଲ ରେ ପିଛା କରି ୩୦ ହଜାର ୪୫୦ ଟଙ୍କା ଲୁଟ କରାଯାଇଥିଲା। ୧. ବେଦ ବାଗ, ୨ -ମନୋଜ ଦୀପ, ୩ .ଭୁବନେ ବାଗ ୪, ସୁବାଷ ମଙ୍ଗରାଜ ଓ ୫.ହେମରାଜ ହରପଲ ଙ୍କୁ ପୋଲିସ ଗିରଫ କରି ଆଜି କୋଟ ଚାଲାଣକରି ଥିବା ବେଳେଏହି ଲୁଟେରା ମାନେ କଳାହାଣ୍ଡି ଜିଲ୍ଲାର ବୋଲି ଜୁନାଗଡ଼ ପୋଲିସ ସୁଚନା ଦେଇଛନ୍ତି। କଳାହାଣ୍ଡି ରୁ ରବି ଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |