ପୁଲୱାମା ରେ ଆତଙ୍କୀ ହମଲା, ୨ ଯବାନ ସହିଦ ୫ ଆହତ

214

କଟକ (ଉତ୍କଳ ନ୍ୟୁଜ) ଜାମ୍ମୁ-କାଶ୍ମୀର ର ପୁଲୱାମା ଅଂଚଳରେ ବଡ ଧାରଣ ର ଆକ୍ରମଣ କରିଛନ୍ତି ଆତଙ୍କବାଦୀ ମାନେ | ପୁଲୱାମା ଜିଲ୍ଲା ଅନ୍ତର୍ଗତ ପମ୍ଫୋର ଠାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି | ଫଳରେ ସିଆରପିଏଫ ର ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି | ଜିଲ୍ଲା ହସ୍ପିଟାଲ ରେ ସେମାନଙ୍କ ଚିକିତ୍ସା ଚାଲିଛି | ଏହି ଆକ୍ରମଣ ଟି ଭାରତୀୟ ଯବାନ ମାନେ ଯେତେବେଳେ ରୋଡ଼ ଓପନିଂ ଡ୍ୟୁଟି ରେ ଥିଲେ ସେତେବେଳେ ଏହି ଘଟଣା ଟି ଘଟିଥିଲା | ସୂଚନା ଅନୁସାରେ ଭାରତୀୟ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ | ଏହାପରେ ଆତଙ୍କବାଦୀ ମାନେ ଖସି ପଳାଇଥିଲେ | ଘଟଣା ପରେ ଅଂଚଳକୁ ଘେରାବନ୍ଦୀ କରାଯାଇ ଆତଙ୍କବାଦୀଙ୍କୁ ଖୋଜାଯାଇଥିଲା |