ମିଠା ଦୋକାନୀଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା .

221

ରାଜଧାନୀର ରାଜରାସ୍ତାରେ ନିର୍ମମ ହତ୍ୟାକାଣ୍ଡ। ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା କରିଛନ୍ତି ଅନ୍ୟ ଜଣେ ମିଠା ଦୋକାନୀ। ଆଜି ଦିନ ଦ୍ୱିପ୍ରହରରେ ମାରଣାସ୍ତ୍ର ଦ୍ଵାରା ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।ସୂଚନାନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୩ଟାରେ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା କରିଥିଲେ ଅନ୍ୟ ଜଣେ ମିଠା ଦୋକାନୀ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ହୋଇଥିବା ଦୋକାନୀଙ୍କ ନାଁ ଜମ୍ବୁ ସାହୁ । ହତ୍ୟାକାରୀଙ୍କର ମଧ୍ୟ ଏକ ମିଠା ଦୋକାନ ଅଛି। କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରେ ମିଠା ଦୋକାନ ବନ୍ଦ ହୋଇଯାଇଥିଲା। କରୋନା କଟକଣା କୋହଳ ହେବା ପରେ ଉଭୟ ପୁଣି ନିଜ ନିଜର ମିଠା ଦୋକାନ ଖୋଲିଥିଲେ। ତେବେ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ପୁରୀ ରାସ୍ତା ଅବରୋଧ କରିଥିଲେ । ପୁଲିସ ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।