ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ଙ୍କୁ କରୋନା

148

କଟକ (ଉତ୍କଳ ନ୍ୟୁଜ) ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି | ଟ୍ରମ୍ପ ଗୁରୁବାର ଟୁଇଟ କାରୀ ଏହି ସୂଚନା ଦେଇଛନ୍ତି | ଟ୍ରମ୍ପ ଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହ୍ୱିକ୍ସ ଙ୍କ କରୋନା ପଜିଟିଭ ଚିହ୍ନଟ ହେବାପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ଙ୍କ କରୋନା ନମୁନା ପରୀକ୍ଷା କରିଥିଲେ | ଶୁକ୍ରବାର ଉଭୟଙ୍କ ରିପୋର୍ଟ ପଜିଟିଭ ଆସିଛି | କରୋନା ସଂକ୍ରମଣ ପରେ ଟ୍ରମ୍ପ କହିଛନ୍ତି ଯେ ଆମେ ଏହି ଲଢେ଼ଇ ରେ ନିଶ୍ଚିତ ଜିତିବୁ |